Showing posts with label mba. Show all posts
Showing posts with label mba. Show all posts

Friday, December 11, 2020

MBA ଚା’ ବିଜନେସ୍ ଵାଲା...A Motivational story

 MBA ଡ୍ରପଆଉଟ୍ ୮ ହଜାରରେ ଖୋଲିଲେ କାଫେ, ଏବେ କମାଉଛନ୍ତି କୋଟି କୋଟି ଟଙ୍କା

ଯଦି କେହି ବ୍ୟବସାୟ ବାଣିଜ୍ୟରେ ଋଚି ରଖନ୍ତି, ସେମାନେ ଏମ୍ବିଏ ପଢ଼ିଥାନ୍ତି । ବ୍ୟବସାୟ-ବାଣିଜ୍ୟ ଭିତ୍ତିକ ଦିଗରେ ଏହି ପାଠ କାମରେ ଲାଗିଥାଏ । ତେବେ କେବଳ ବିଦ୍ୟା ଅର୍ଜନ କଲେ ବା ଡିଗ୍ରୀ ହାସଲ କଲେ ଜଣେ ସଫଳତାର ଶୀର୍ଷରେ ପହଞ୍ଚିପାରିବ ସେମିତି କିଛି ନିୟମ ନାହିଁ । ଏହାକୁ ପ୍ରମାଣ କରିଛନ୍ତି ଜଣେ ଏମ୍ବିଏ ଡ୍ରପ୍ଆଉଟ୍ ଛାତ୍ର । ଏମ୍ବିଏ ପଢ଼ୁଥିବା ବେଳେ ଅଧାରୁ ପାଠ ଛାଡିଥିଲେ ମଧ୍ୟ ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ଏହି ଡ୍ରପ୍ଆଉଟ୍ ଛାତ୍ର ଜଣକ । କୌଣସି କାମ ଛୋଟ କିମ୍ବା ବଡ଼ ହୋଇନଥାଏ। ସବୁ କାମର ଆରମ୍ଭ ସବୁବେଳେ ଛୋଟରୁ ଆରମ୍ଭ ହୋଇଥାଏ। ଆପଣ ପ୍ରାୟ ସବୁ ସକସେସଫୁଲ ବ୍ୟକ୍ତିଙ୍କ ସଫଳତା ପଛରେ ଏହି କାହାଣୀଟି ଶୁଣିଥିବେ । ସେ ହଳଦୀରାମ ଭୁଜିଆ ବାଲା ହୁଅନ୍ତୁ ବା ରିଲାଏନ୍ସ ଇଣ୍ଟଷ୍ଟ୍ରିର ଧିରୁ ଭାଇ ଅମ୍ବାନୀ । ଯେଉଁମାନେ ଛୋଟ ସ୍ତରରୁ ହିଁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ଏକ ବହୁତ ଛୋଟ ଚା ଦୋକାନରୁ ବିଜନେସ୍ ଆରମ୍ଭ କରିଥିଲେ। ଜଣେ MBAର ଡ୍ରପ୍ଆଉଟ୍ ଛାତ୍ର ହୋଇଥିବା ସତ୍ତ୍ୱେ ସେ ମାତ୍ର ୮ ହଜାର ଟଙ୍କାରେ ଆରମ୍ଭ କରିଥିବା ଚା’ ବିଜନେସ ଆଜି କୋଟିଏରେ ପହଁଚାଇଛନ୍ତି। ତାହେଲେ ଆସନ୍ତୁ ଜାଣିବା ତାଙ୍କର ଏହି ଅସମ୍ଭବପୂର୍ଣ୍ଣ ସଫଳତାର କାହାଣୀ।

ଏହି ବ୍ୟକ୍ତିଙ୍କ ନାମ ହେଉଛି ପ୍ରଫୁଲ ବିଲୋରେ। ଯିଏ ଇନ୍ଦୋର ଏମବିର ଜଣେ ମଧ୍ୟବିତ୍ତ ପରିବାରର ଯୁବକ। ତାଙ୍କ ବାପାଙ୍କର ସ୍ୱପ୍ନ ଥିଲା ଯେ ସେ କୌଣସି ଭଲ କଲେଜରେ ଆଡମିସନ କରି ଏମବିଏ କରନ୍ତୁ। ଆଉ ଗୋଟେ ଭଲ ଚାକିରି କରିବାକୁ। ତେବେ ପ୍ରଫୁଲ୍ଲ ବି ନିଜ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ଖୁବ୍ ପାଠ ପଢ଼ିଲେ କିନ୍ତୁ ୮- ୧୦ ଘଣ୍ଟା ପାଠ ପଢ଼ିବା ପରେ ବି ସେ ବିଫଳ ହେଲେ ଏବଂ ଶେଷରେ ସେ ଚିନ୍ତା କଲେ ଯେ ପାଠ ଛଡା ଆଉ କ’ଣ କରିହେବ । ଏମିତି ଭାବି ଭାବି ସେ ସମସ୍ତଙ୍କ ଠାରୁ ଦୂରେଇ ଭାରତର ବିଭିନ୍ନ ସ୍ଥାନରେ ବୁଲିଲେ। ଆଉ ଶେଷରେ ଅହମ୍ମଦାବାଦରେ ହିଁ ତାଙ୍କ ପାଖରେ ଥିବା ସବୁ ଟଙ୍କା ସରିଗଲା। ଏହାପରେ ସେ କିଛି ଚିନ୍ତା ହିଁ କରିପାରୁନଥିଲେ, ସେ ଏବେ ଆଗକୁ କ’ଣ କରିବେ। ଏହାପରେ ସେଠାରେ ସେ ମାକଡୋନାଳ୍ଡରେ ଚାକିରି କଲେ। ଆଉ ଯେତେବେଳେ ଘରୁ ବାପାଙ୍କ ଫୋନ ଆସୁଥିଲା, ସେ ବାଧ୍ୟ ହୋଇ ବାପାଙ୍କୁ ମିଛ କହୁଥିଲେ ଯେ ଏମବିଏରେ ଆଡମିସନ ହୋଇଯାଇଛି ଆଉ ଏଠାରେ ମୁଁ ପାଠ ପଢ଼ୁଛି।

ବାପାଙ୍କୁ ବାରମ୍ବାର ମିଛ କହିବା ତାଙ୍କୁ ଭଲ ଲାଗୁନଥିଲା। ଏଥିପାଇଁ ସେ ଅହମ୍ମଦାବାଦର ହିଁ ଏକ ପ୍ରାଇଭେଟ୍ କଲେଜରେ ଏମବିଏ ଆଡମିସନ୍ କରିଦେଲେ ଏବଂ ଏହାସହିତ ଏପଟେ ମାକଡୋନାଲ୍ଡସରେ ୩୭ ଟଙ୍କା ପ୍ରତି ଘଣ୍ଟାର ଏକ ପାର୍ଟ ଟାଇମ୍ ଜବ୍ କଲେ। ଏହିସମୟରେ ସେ କଷ୍ଟମରଙ୍କ ସହିତ କଥା ହେବାର ତରିକା ଏବଂ କେମିତି କଷ୍ଟମରଙ୍କୁ ନିଜ ଆଡକୁ ଆକର୍ଷିତ କରାଯିବ ସେସବୁକୁ ଭଲଭାବେ ଜାଣିନେଲେ। ଏହାପରେ ତାଙ୍କ ମୁଣ୍ଡକୁ ନିଜର କିଛି କରିବାର ଆଇଡିଆ ଆସିଲା । ସେ ବହୁତ ଭାବି ଭାବି ଶେଷରେ ଚା’ ବିଜନେସ୍ କରିବାକୁ ଭାବିଲେ । ହେଲେ ତାଙ୍କ ପାଖରେ କୌଣସି ଭଲ କାଫେ ଖୋଲିବାକୁ ଟଙ୍କା ନଥିଲା । ତେଣୁ ଶେଷରେ ସେ ରାସ୍ତା କଡରେ ଠେଲା ଲଗାଇବାକୁ ଚିନ୍ତା କଲେ। କିନ୍ତୁ ଏସବୁ କରିବା ପାଇଁ ସାହସ ଆଉ ଦମ୍ଭ ରଖିବା ଏତେ ସହଜ ନଥିଲା। ତାଙ୍କ ମନରେ ବାରମ୍ବାର ଏହି ସବୁ ପ୍ରଶ୍ନ ଆସୁଥିଲା ଯେ ଲୋକେ କଣ କହିବେ, ଘର ଲୋକ ଜାଣିଲେ କଣ ହବ? ବାପା ତ ଜାଣିଛନ୍ତି ଭଲ କଲେଜରେ ସେ ଏମବିଏ କରୁଛନ୍ତି, କିନ୍ତୁ ଯେତେବେଳେ ତାଙ୍କୁ ଜଣାପଡିବ ଯେ ତାଙ୍କ ପୁଅ ରାସ୍ତା କଡ଼ରେ ଚା’ ବିକ୍ରି କରୁଛନ୍ତି । ତା’ହେଲେ ସେ ତ ଏହା ଶୁଣି ପୂରା ଭାଙ୍ଗି ପଡିବେ। କିନ୍ତୁ ଏହି ସମସ୍ତ ଭାବନାକୁ ଛାଡ଼ି କରି ଚା’ ବେପାର କରିବାକୁ ସାହସ ଜୁଟାଇବା ଆରମ୍ଭ କରିଦେଲେ। ପ୍ରଥମେ ପ୍ରଥମେ ତାଙ୍କ ଠେଲାକୁ କେହି ଗ୍ରାହକ ଆସିଲେନି। ବହୁତ ଚେଷ୍ଟା କରିବା ପରେ ଯେତେବେଳେ ତାଙ୍କ ଠେଲାକୁ କମ୍ ଲୋକ ଆସିଲେ ସେତେବେଳେ ସେ କିଛି ନୁଆ ଚିନ୍ତା କଲେ। ଗ୍ରାହକଙ୍କ ସହିତ ଇଂରାଜୀରେ କଥା ହେଲେ ଆଉ କହିଲେ ମୋ ଚା’ ପିଅ, ଆଉ ଚାଖିକି ଦେଖ, ଯଦି ଭଲ ହେଇଥିବ ପିଇବ। ପ୍ରଫୁଲ୍ଲଙ୍କ ଏହି ତରିକା ଲୋକଙ୍କୁ ଏକଦମ୍ ନୂଆ ଲାଗିଲା ସେଥିପାଇଁ ଶିକ୍ଷୀତ ଚାବାଲା ପାଖରୁ ଚା’ ପିଇବା ପାଇଁ ଇଚ୍ଛା ରଖିଲେ ଆଉ ସାଙ୍ଗରେ ତାଙ୍କ ଜୀବନର କଠିନ କାହାଣୀ ବିଷୟରେ ବି ଶୁଣିଲେ।

ତାଙ୍କ ବ୍ୟବହାର ଯୋଗୁଁ ଫ୍ୟାନ୍ ଫଲୋରଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ଲୋକେ ତାଙ୍କ ଚା’ର ପ୍ରଶଂସା ଶୁଣି ଖୋଜି ଖୋଜି ତାଙ୍କ ଷ୍ଟଲକୁ ଆସିଲେ ଚା’ ପିଇବାକୁ । ଧିରେଧିରେ ସେ ହଜାର ହଜାର ଟଙ୍କା କମାଇବାକୁ ଲାଗିଲେ। କିନ୍ତୁ ଏହା ତାଙ୍କ ପାଖରେ ଥିବା ଦୋକାନ ସବୁକୁ ପସନ୍ଦ ଆସିଲାନି। ତେଣୁ ସେଠାରେ ତାଙ୍କ ଚା ଷ୍ଟଲକୁ ହଟାଇ ଦେଲେ। ବହୁତ କଠିନ ପରିଶ୍ରମ କରି ଦୋକାନ ଚଲାଇଥିବା ପ୍ରଫୁଲ୍ଲ ଏକ ହସପିଟାଲ ଗେଟ ପାଖରେ ଏକ ଘର ରେଣ୍ଟରେ ନେଇ ଚା’ ଦୋକାନ ପୁଣି ଆରମ୍ଭ କରିଦେଲେ। ଏହିସମୟରେ ସେ ତାଙ୍କ ଦୋକାନର କିଛି ନାମ ଦେବାକୁ ଚିନ୍ତା କଲେ। ତାଙ୍କୁ ଏମିତି ନାମ ଦରକାର ଥିଲା ଯେ ଯାହାକୁ କେବେ କେହି ବ୍ୟବହାର କରିନଥିବେ। ବହୁତ ଭାବିବା ପରେ ସେ ତାଙ୍କ ଦୋକାନ ନାଁ ଏମବିଏ (MBA) ଚାଏ ବାଲା ରଖିଲେ। ଯାହାର ପୂରା ଅର୍ଥ ମିଷ୍ଟର ବିଲୋରେ ଅହମ୍ମଦାବାଦ୍ ଚାଏ ବାଲା। ତାଙ୍କ ଦୋକାନର ନାମ ଏମବିଏ ଚାଏ ବାଲା ଦେଖି ଲୋକେ ତାଙ୍କର ମଜାକ୍ ଉଡାଉଥିଲେ। ଆଉ କିଛି କିଛି ଲୋକ ତ ପରାମର୍ଶ ଦେଉଥିଲେ ଯେ ଏମବିଏ ଭଲଭାବେ ପଢ଼ ଆଉ କିଛି ଭଳ ଚାକିରି କର। କିନ୍ତୁ ଏସବୁ କଥା ତାଙ୍କ ଉପରେ କୌଣସି ବି ପ୍ରଭାବ ପକାଇଲାନି।

ସେ ତାଙ୍କ ଦୋକାନ ଭିତରେ ଏକ କର୍ଣ୍ଣର ଖୋଲିଲେ ଯେଉଁଠି ବେରୋଜଗାରୀ ଲୋକେ ନିଜ ନାମ, ଯୋଗ୍ୟତା ଏବଂ ନମ୍ବର ଲେଖି ଯାଉଥିଲେ । ଆଉ ଜବ୍ ଦେଉଥିବା ଲୋକେ ତାଙ୍କୁ କଣ୍ଟାକ୍ଟ କରୁଥିଲେ। ଏହାଦ୍ୱାରା ଳୋକଙ୍କୁ ଆରାମରେ ଚାକିରି ମିଳିଯାଉଥିଲା ଏବଂ ତାଙ୍କ ଦୋକାନର ମାର୍କେଟିଂ ବି ହୋଇଯାଉଥିଲା। ତାଙ୍କ ନାମ ଫେମସ୍ ହେବା ପରେ ତାଙ୍କୁ ଲୋକାଲ ଇଭେଣ୍ଟସ, ମ୍ୟୁଜିକାଲ ନାଇଟ୍ସ ଆଦି ପ୍ରୋଗ୍ରାମରେ ଡାକରା ଆସିବାରେ ଲାଗିଲା। କେବଳ ଏତିକି ନୁହେଁ ପ୍ରଫୁଲ୍ଲ ରକ୍ତ ଦାନ ଏବଂ ମହିଳା ସଶକ୍ତିକରଣ ଭଳି କାମ ପାଇଁ ଏନଜିଓ ବି ଚଲାଇଲେ। ଯେଉଁଠି ସେ ତାଙ୍କ ଚା’ର ସୋସିଆଲ ଇଭେଣ୍ଟସ ରଖୁଥିଲେ। ଆଉ ସେଠାରୁ ଯାହା ରୋଜଗାର ହେଉଥିଲା ସେହି ଇଭେଣ୍ଟକୁ ହିଁ ଦାନ କରିଦେଉଥିଲେ ।ଏପରି ଭାବେ ୨ ବର୍ଷରେ ସେ ପ୍ରାୟ ୨୦୦ ସୋସିଆଲ ଇଭେଣ୍ଟ ସ୍ କଲେ। ଯାହାପରେ ସେ ଏମବିଏ ଅହମ୍ମଦାବାଦ ଚା’ ବାଲା ନାମରେ ପୂରା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଗଲେ। ଗତବର୍ଷ ସେ ଭାଲେଣ୍ଟାଇନ୍ ଡେ ଦିନ ସିଙ୍ଗଲ ଥିବା ଲୋକଙ୍କୁ ଫ୍ରିରେ ଚା’ ପିଆଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥିଲେ। ଏହିପରି ଭାବେ ସେ ତାଙ୍କ ଦୋକାନରେ ଚା ବ୍ୟତୀତ ଅନ୍ୟ ସ୍ନାକ୍ସ ଆଇଟମ୍ ବିକିବା ଆରମ୍ଭ କରିଦେଲେ। ଯାହାପରେ ଏବେ ବିଭିନ୍ନ ଜାଗାରେ ତାଙ୍କ ଦୋକାନ ନାମରେ ଫ୍ରାଞ୍ଚାଇଜ୍ ଖୋଲିଗଲା। ଆଉ ଏହି କାରଣରୁ ସେ ପ୍ରାୟ ୫୦ ଲୋକଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି। ଏବେ ସେ କେବଲ ଚା’ ବିକି ୪ କୋଟି ଟଙ୍କାର ମାଲିକ । ପ୍ରଫୁଲ୍ଲଙ୍କ ଇଚ୍ଛା ଦେଶର ସବୁ ସହରରେ ତାଙ୍କ ଫ୍ରାଞ୍ଚାଇଜ୍ ଖୋଲିବାକୁ। ଏବେ ତାଙ୍କୁ ସ୍କୁଲ୍ କଲେଜରେ ବି ଗେଷ୍ଟ ଭାବେ ନିମନ୍ତ୍ରଣ କରାଯାଉଛି।

ଆଗରୁ ଆପଣ ଜଣେ ଚା’ ବାଲାଙ୍କ କାହାଣୀ ଶୁଣିଥିବେ , ତାହା ହେଉଛି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାହାଣୀ। କିନ୍ତୁ ଆଜି ଯେଉଁ ଚା’ ବାଲାଙ୍କ ସହିତ ଭେଟ କରାଇଲୁ ତାହା ବହୁତ ରୋଚକପୂର୍ଣ୍ଣ। ସେଥିପାଇଁ ଆମେ ଚାହିଁଲୁ ଆପଣଙ୍କ ସହିତ ସେୟାର କରିବାକୁ।

Popular Posts